କାହିଁକି କିଛି ଠିକ୍ ଲାଗୁନାହିଁ ଆଜି? ସବୁ କିଛି ତ ଯେମିତି ଥିଲା ସେମିତି ଅଛି । ଆଲୁଅର ସୁଅ ସେମିତି ଗିର୍ଜା ଭିତରକୁ ଛୁଟି ଆସୁଛି, ଗଛ ଗୁଡିକ ଆଗପରି ଠିଆ ହୋଇ ରହିଛନ୍ତି, ଶୁଭୁଛି ଚଢେଇଙ୍କ ଗୀତ, ପତଙ୍ଗମାନେ ବି ସେମିତି ଗୁଣୁଗୁଣୁ ହେଉଛନ୍ତି । କିନ୍ତୁ ଯୁଦ୍ଧଭୂଇଁରୁ ସେ ଏଯାଏଁ ଫେରିନି । ଏବେବି ବୁଝି ।ରୁନି କିଏ ଥିଲା ଭୂଲ୍ ଆଉ କିଏ ଠିକ୍ । ଯେତେବେଳେ ଆମେ ଯୁକ୍ତି କରୁଥିଲୁ, କଥା କଟାକଟି ହେଉଥିଲୁ ସେ କିଛି ନଶୁଣି କହି ଚାଲୁଥିଲା, ଏବେ ଯେତେବେଳେ ମନେପଡେ, ସେସବୁ ଭାରି ଭଲଲାଗେ, କାରଣ ଯୁଦ୍ଧଭୂଇଁରୁ ସେ ଫେରିନି । ବେଳେ ବେଳେ ସେ ଆମକୁ ଭାରି ବିରକ୍ତ କରୁଥିଲା, କାହାକୁ ଖାତିର୍ କରୁନଥିଲା, ବେଳେ ବେଳେ ସେ ବିଲୁଆ ପରି ଭୁକି ହସୁଥିଲା, ମୁ ଶୋଇଥିଲା ବେଳେ ସେ ରାତି ଅଧ ଯାଏ ତାସ୍ ଖେଳୁଥିଲା ଯୁଦ୍ଧଭୂଇଁରୁ ସେ ଏଯାଏଁ ଫେରିନି କିନ୍ତୁ ଏଇଥି ।ଇଁ ତାକୁ ମୁ ଆଜି ଝୁରୁନି । ମୋତେ ଲାଗୁଛି ସତେ ଯେପରି ମୁଁ ଏକା ଫୁଟ୍ବଲ୍ ଖେଳୁଚି, ହଠାତ୍ ଲାଗୁଛି ଖେଳ ପଡିଆରେ ଗଡୁଚି ଗୋଟିଏ ବଲ୍, ଆଉ ସେଠି ମୋ ଛଡା ଆଉ କେହି ନାହିଁ । କାରଣ ଯୁଦ୍ଧଭୁଇଁରୁ ସେ ଏଯାଏଁ ଫେରିନି । ଋୁଦ୍ଧ, ଭଙ୍ଗା ସ୍ୱରରେ ମୁଁ ତାକୁ କହୁଚି, ହାତରେ ବଳି ସିଗାରେଟ୍ଟିଏ ମୋତେ ଦେ । ମୋ ଫମ୍ପା ଶବ୍ଦ ଗୁଡିକ ମୋ ପାଖକୁ ଫେରି ଆସିଲା । କାହିଁକିନା ଯୁଦ୍ଧଭୁଇଁରୁ ସେ ଏଯାଏଁ ଫେରିନି । ଏ ଏକ ଉଦ୍ଭଟ ଦୁନିଆଁ ଯେଉଁଠୁ ଯେ ବନ୍ଚିଛି ସେ ଛାଡି ପଳାଏ, ଯେଉଁଠି ଯୁଦ୍ଧରେ ନିହତ ଯୋଦ୍ଧାଗଣ ଆମର ପ୍ରହରୀ, ଏଠି ଜଙ୍ଗଲ ବାଡର ଛୋଟ ଫାଙ୍କ ଦେଇ ଅପସରି ଯାଏ ହ୍ରଦର ନୀଳିମା । କୋକିଶିଆଳୀର ଗାତର ନିରବତା ଭାଙ୍ଗି ଘନ୍ଟା ବାଜେ । ଆମ ଚାରି ଟେ ଗର୍ଜିଉଠେ କମାଣ । ଏ ଦୁନିଆଁ ଛାଡି ସେ ଚାଲିଗଲା, କେହି ଜାଣିନି କୁଆଡେ । ମୁ କିନ୍ତୁ ତା ଯୁଦ୍ଧ ଏଠି ଲଢିଚାଲିଛି ।
© ଯତୀନ୍ଦ୍ର କୁମାର ନାୟକ. ଅନୁବାଦ, 2015